He Mora Mana Lyrics New Christian Song 2023
He Mora Mana Lyrics is a latest Odia Christian Song Sung beautifully by HUMAN SAGAR
SONG CREDITS
SONG: HE MORA MANA
SINGER: HUMAN SAGAR
LYRICS: TAITAS PAL & REV. AJIT KUMAR DIGAL
MUSIC COMPOSITION: Rev. DIGBIJAY
HE MORA MANA Christian Song LYRICS | ହେ ମୋର ମନ
ଜୀଵନ ପଥରେ ଯୀଶୁ ମୋର ଆଶା
ସଙ୍କଟ କାଳରେ ଯୀଶୁ ହିଁ ଭରସା
ଭୟ ମୋ ନାହିଁ ଆଉ ସାଥେ ମୋ ଯୀଶୁ ରାଜା…
ହେ ମୋର ମନ
ପ୍ରଭୁଙ୍କର ଗାଅ ଜୟଗାନ
ହେ ମୋର ପ୍ରାଣ
ଦିବା ନିଶି ଭଜ ଯୀଶୁ ନାମ
ହେ..ଅନନ୍ତ କାଳୀନ ଦୟା ଅପାର ସେ ପ୍ରେମ
ନ ପସୋର ସେହି ମଂଗଳ ଦାନ
ହେ..ଅନନ୍ତ କାଳୀନ ଦୟା ଅପାର ସେ ପ୍ରେମ
ନ ପସୋର ସେହି ମଂଗଳ ଦାନ
ହେ ମୋର ମନ
ପ୍ରଭୁଙ୍କର ଗାଅ ଜୟଗାନ
ହେ ମୋର ପ୍ରାଣ
ଦିବା ନିଶି ଭଜ ଯୀଶୁ ନାମ
ନିରାଶାରେ ,ଉପାସାରେ ଗୃହହୀନ ଯେବେ ହେଲି
ଯୀଶୁ ମୋର ପାଶେ ଥିଲେ
ଅନ୍ଧାରରେ ବିପଦରେ ଅବାଟରେ ଚାଲୁଥିଲି
ହାତଧରି କଢାଇଲେ
ନିରାଶାରେ ,ଉପାସାରେ ଗୃହହୀନ ଯେବେ ହେଲି
ଯୀଶୁ ମୋର ପାଶେ ଥିଲେ
ଅନ୍ଧାରରେ ବିପଦରେ ଅବାଟରେ ଚାଲୁଥିଲି
ହାତଧରି କଢାଇଲେ
ସଜାଡ଼ି ଦେଲେ ସେ ଭଙ୍ଗା ମୋ ଅନ୍ତର
ପୋଛିଦେଇ ସବୁ ଆଖି ଲୁହ ମୋ
ସଜାଡ଼ି ଦେଲେ ସେ ଭଙ୍ଗା ମୋ ଅନ୍ତର
ପୋଛିଦେଇ ସବୁ ଆଖି ଲୁହ ମୋ
ହେ ମୋର ମନ
ପ୍ରଭୁଙ୍କର ଗାଅ ଜୟଗାନ
ହେ ମୋର ପ୍ରାଣ
ଦିବା ନିଶି ଭଜ ଯୀଶୁ ନାମ
ମିଛ ମାୟା ଏ ସଂସାର କେହି ନୁହଁ ତ କାହାର
ଅସାର ସବୁ ଅସାର
ଏକମାତ୍ର ପ୍ରଭୁ ସେ ଯେ ସମଗ୍ର ତ୍ରିଭୁବନର
ନିତ୍ଯ ଜୀବିତ ଇଶ୍ୱର
ମିଛ ମାୟା ଏ ସଂସାର କେହି ନୁହଁ ତ କାହାର
ଅସାର ସବୁ ଅସାର
ଏକମାତ୍ର ପ୍ରଭୁ ସେ ଯେ ସମଗ୍ର ତ୍ରିଭୁବନର
ନିତ୍ଯ ଜୀବିତ ଇଶ୍ୱର
ଛାଡ଼ି ଚାଲିଯିବେ ବନ୍ଧୁ ପରିଜନ
ନ ଛାଡିବେ କେବେ ଯୀଶୁ ରାଜା ମୋର
ଛାଡ଼ି ଚାଲିଯିବେ ବନ୍ଧୁ ପରିଜନ
ନ ଛାଡିବେ କେବେ ଯୀଶୁ ରାଜା ମୋର
ହେ ମୋର ମନ
ପ୍ରଭୁଙ୍କର ଗାଅ ଜୟଗାନ
ହେ ମୋର ପ୍ରାଣ
ଦିବା ନିଶି ଭଜ ଯୀଶୁ ନାମ
People Also Sing
Dhanya Jishu Nama Lyrics | Amit Pani
Mo Sada Prabhu Amit Pani Lyrics | Odia Christian Song