MADI ASUCHI Lyrics | ମାଡ଼ି ଆସୁଛି | Human Sagar

MADI ASUCHI Lyrics | ମାଡ଼ି ଆସୁଛି | HUMANE SAGAR | NEW ODIA CHRISTIAN SONG

Madi Asuchi Lyrics is a wonderful and fearful Latest odia Christian song. This song is sung by famous odia singer Human Sagar.

Madi Asuchi song is about the second coming of Jesus which is closer than we think, by this song the composer, writer and singer tried to encourage people to come near Jesus and be saved as the second coming of Jesus is near.

Madi Asuchi Lyrics (ମାଡ଼ି ଆସୁଛି)

ମାଡ଼ି ଆସୁଛି ଭୟଙ୍କର ଦିନ..(୨ଥର)
ହେ ପୃଥିବୀ ନିବାସୀ ହୁଅ ସାବଧାନ..(୨ଥର)
ଉଜାଡ଼ର ଦିନ ସଙ୍କଟର ଦିନ
ଅନ୍ଧକାର ଦିନ ମହା କ୍ରୋଧ ଦିନ..
ଘନେଇ ଆସୁଛି ପ୍ରଳୟ ସମ…
ହେ ପୃଥିବୀ ନିବାସୀ ହୁଅ ସାବଧାନ..(୨ଥର)..=୦=

ସର୍ବନାଶ ଧରି ତିମିରତା ଘେରି
ପ୍ରଭୁଙ୍କ କୋପ ଆସିବ
ପୃଥିବୀରେ ଯାହା କେବେ ଘଟି ନାହିଁ
ଏମିତି କ୍ରୋଧ ଘଟିବ…
ପ୍ରଭୁଙ୍କର ଦିନ ଭୟାନକ ହେବ
କିଏ ବା ସହ୍ୟ କରିବ
ତାହାଙ୍କ କ୍ରୋଧରେ ତାଙ୍କ ସମ୍ମୁଖରେ
କିଏ ଆଉ ଠିଆ ହେବ…
ତାରାଗଣ ମଧ୍ୟେ ବସା କଲେ ଯାଇ
ଅଣାଯିବ ବନ୍ଧୁ ତଳକୁ ଓହ୍ଲାଇ..(୨ଥର)
ଲୁଚିବାକୁ ଆଉ ନ ଥିବ ସ୍ଥାନ
ହେ ପୃଥିବୀ ନିବାସୀ ହୁଅ ସାବଧାନ..(୨ଥର)..=୧=

ସେ ମହା କ୍ରୋଧରେ ପୃଥିବୀ କମ୍ପିବ
ଆକାଶଟା ଥରିଯିବ
ସୂର୍ଯ୍ୟ ଆଉ ଚନ୍ଦ୍ର ଦୀପ୍ତି ଦେବ ନାହିଁ
ଅନ୍ଧକାର ମୟ ହେବ..
ସମୁଦାୟ ଦେଶ ଅନ୍ତର୍ଜ୍ୱାଳା ରୂପ
ଅଗ୍ନିରେ ଗ୍ରାସିତ ହେବ
ମଣିଷର ମାଂସ ମଳ ପରି ହେବ
ରକ୍ତ ଧୂଳି ପରି ହେବ…
ଭୀଷଣ ସମୟ ଉପସ୍ଥିତ ହେବ
ମନୁଷ୍ୟ ଉପରେ ଦୁଃଖ ହିଁ ଘଟିବ..
ସଭିଏଁ ନିଃଶେଷ ହେବେ ସେ ଦିନ
ହେ ପୃଥିବୀ ନିବାସୀ ହୁଅ ସାବଧାନ..(୩ଥର)..
ଯୀଶୁ ପାଶେ ସର୍ବେ ନିଅ ଶରଣ…..=୨=

https://www.youtube.com/watch?v=0LeRaE8d6ls

Leave a Comment